ପଞ୍ଚାୟତ ନିର୍ବାଚନ: କୋଭିଡ କଟକଣା କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦେଶ

ଭୁବନେଶ୍ୱର, ୧୯/୧: ପଞ୍ଚାୟତ ନିର୍ବାଚନ ରାଜନୀତି ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଏବେ ପ୍ରାର୍ଥୀପତ୍ର ଦାଖଲ ହେଉଛି। ପ୍ରାର୍ଥିପତ୍ର ଦାଖଲ ଓ ନିର୍ବାଚନୀ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଥିବା ସୂଚନା ରହିଛି। ତେଣୁ କୋଭିଡ କଟକଣା କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ନିର୍ବାଚନ କମିସନର ନିର୍ଦେଶ ଦେଇଛନ୍ତି। ଏହାସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ଏନେଇ ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର।