ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦରକାର ହେବନି କୋଭିଡ୍‌ ରିପୋର୍ଟ

ପୁରୀ, ୧୦/୧: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରନ୍ତ ଙ୍କା ସଂଖ୍ୟା କମୁଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଲାଗିଥିବା କଟକଣା କୋହଳ କରାଯାଇଛି। ଏଣିକି ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦରକାର ହେବନି କୋଭିଡ୍‌ ରିପୋର୍ଟ । ଜାନୁଆରି ୨୧ରୁ ହଟିବ କୋଭିଡ୍‌ ନେଗେଟିଭ ରିପୋର୍ଟ ନିୟମ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ କରି ପାରିବେ ଦର୍ଶନ କରି ପାରିବେ। ୨୧ ତାରିଖ ପରଠୁ ୩୦ ହଜାର ଲୋକେ  ଦର୍ଶନ କରି ପାରିବେ ବୋଲି
ସୂଚନା ମିଳିଛି।