ଆସିଲା ବିଧାନସଭାରେ ପ୍ରଥମ ଦିନର କୋଭିଡ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର, ୧୮/୧୧: ବିଧାନସଭାରେ ପ୍ରଥମ ଦିନର କୋଭିଡ ଟେଷ୍ଟ ରିପୋର୍ଟ ଆସିଛି। ଟେଷ୍ଟ ରିପୋର୍ଟରେ ୨୮ ଜଣ ଯାକ ବିଧାୟକଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୬ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମ ଦିନରେ ମୋଟ ୬୭୩ ଜଣଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ଅନ୍ୟପଟେ ଆସନ୍ତାକାଲି ବିଧାନସଭାରେ ୩ ଦିନିଆ କୋଭିଡ ଟେଷ୍ଟ ସରିବ ବୋଲି ସୂଚନା ରହିଛି।