ରାଜ୍ୟର ୭୦ଟି ସହରରେ ଉଠା ଦୋକାନୀଙ୍କ ପାଇଁ ହେବ ଭେଣ୍ଡିଂ ଜୋନ

ଭୁବନେଶ୍ୱର, ୨୪/୧୨: ଆଜି ବ୍ରହ୍ମପୁରରେ ଉଠାଦୋକାନୀଙ୍କୁ କୋଭିଡ ସହାୟତା ବଣ୍ଟନ କରାଯାଇଛି। ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରି କହିଛନ୍ତି ଯେ ରାଜ୍ୟର ୭୦ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରାଯିବ। ଭେଣ୍ଡିଜୋନ ପାଇଁ ସରକାର ଖର୍ଚ୍ଚ କରିବେ ୬୦ କୋଟି ଟଙ୍କା। ଭୁବନେଶ୍ବର, କଟକ, ସମ୍ବଲପୁର ଓ ରାଉରକେଲାରେ ବି ସହାୟତା ଦିଆଯିବ। ଏହି ଯୋଜନାର ଲାଭ ପାଇବେ ମୋଟ ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକାଳି। ସମସ୍ତ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଦିଆଯିବ । ଆଉ ଏଥିପାଇଁ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ସହରାଞ୍ଚଳରେ ଥିବା ଉଠାଦୋକାନୀ ମାନଙ୍କୁ ଦିଆଯିବ । ସୂଚନାଯୋଗ୍ୟ ଯେ କୋଭିଡ ପ୍ରଥମ ଓ ଦ୍ବିତୀୟ ଲହରରେ ମଧ୍ୟ ୩ ହଜାର ଟଙ୍କା ଲେଖାଏଁ ମିଳିଥିଲା।