ରାଜ୍ୟରେ କୋଭିଡ ମୁକାବିଲା ନେଇ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୪/୮: ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କମିଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ବି ଟଳିନି। ଏହାରିମଧ୍ୟରେ ରାଜ୍ୟରେ କୋଭିଡ ମୁକାବିଲା ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଲହର ହେଉଛି ମହାମାରୀର ଏକ ସ୍ବାଭାବିକ ପ୍ରକ୍ରିୟା। କୋଭିଡ୍‌ର ଯେଉଁ ଲହର ଆସିଲେ ବି ସର୍ଭେଲାନ୍ସ ଜାରି ରହିବା ଉଚିତ। ଟେଷ୍ଟିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ସେହିିିପରି ଦୈନିକ ୬୦-୭୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଟେଷ୍ଟିଂ ତ୍ବରାନ୍ବିତ କରିବାକୁ ୧୪ଟି ସ୍ଥାନରେ ଲାବୋରେଟୋରି କରାଯିବ । ଅନ୍ୟପଟେ ଟେଷ୍ଟ କରିବାକୁ ଆସିପାରୁ ନଥିବା ଲୋକଙ୍କ ପାଇଁ ବିକଳ୍ପ ସୁବିଧା କରାଯିବ ବୋଲି ସେ କହିଛନ୍ତି।