ରାଜ୍ୟ ଔଷଧ ନିଗମକୁ ଅକ୍ସିଜେନ ସିଲିଣ୍ଡର ଓ ଆଇସିୟୁ ବେଡ୍ ପ୍ରଦାନ କଲା ଏମଜିଏମ ଫାଉଣ୍ଡେସନ୍

ଭୁବନେଶ୍ୱର, ୬/୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିନି। ତେଣୁ କରୋନାକୁ ହରେଇବାକୁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି। ଏହାରିମଧ୍ୟରେ ଏମଜିଏମ ଫାଉଣ୍ଡେସନ୍ କରୋନା ସହ ଲଢେ଼ଇ ପାଇଁ ସହାୟତାର ହାତ ବଢ଼ାଇଛି। ଆଜି ଏମଜିଏମ   ଫାଉଣ୍ଡେସନ୍ ରାଜ୍ୟ ଔଷଧ ନିଗମ (ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍) କୁ ୧୫୦ ସେମି-ଆଇସିୟୁ, ୫୦ ଆଇସିୟୁ ବେଡ୍ ଏବଂ ୨୦୦ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଛି|

ଏମଜିଏମ ଫାଉଣ୍ଡେସନର ମୁଖ୍ୟ ତଥା ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏବଂ ଔଷଧ ନିିିଗମର ପରିଚାଳନା ନିର୍ଦେଶିକା ଯାମିନି ଷଡ଼ଙ୍ଗୀଙ୍କୁ ଏହି ବେଡ୍ ଏବଂ ସିଲିଣ୍ଡର ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଫାଉଣ୍ଡେସନର ଅନ୍ୟତମ ନିର୍ଦ୍ଦେଶକ ପଦ୍ମ ଲୋଚନ ମହାନ୍ତି ଓ ସରୋଜ କୁମାର ରାୟ ଉପସ୍ଥିତ ଥିଲେ।ଏମଜିଏମ ଫାଉଣ୍ଡେସନ୍ ର ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସାଧୁବାଦ ଜଣାଯାଇଛି।