କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୩ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୩/୪: ମୁମ୍ବାଇର ବିରାର ବିଜୟବଲ୍ଲଭ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହିଘଟଣାରେ  ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଗୁରୁତର ରୋଗୀଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଦିଆଯିବ ଏହି ସହାୟତା ରାଶି।

ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ।