ରାଜଧାନୀବାସୀଙ୍କୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌

ଦିଲ୍ଲୀ,୨୩/୪ : ମହାମାରୀ କରୋନା ସଂକ୍ରମଣ ପୁଣି ଠାରେ ରାଜଧାନୀରେ ବୃଦ୍ଧି ପାଉଛି । ଯେଉଁଥି ପାଇଁ ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ସରକାର ମାଗଣାରେ ବୁଷ୍ଟର ଡୋଜ୍‌ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ରହୁଥିବା ସମସ୍ତ ୧୮ରୁ ୫୯ ବର୍ଷୀୟ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ମାଗଣାରେ ବୁଷ୍ଟର ଡୋଜ୍‌ ନେଇପାରିବେ। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୧ରୁ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଏଥିପାଇଁ କାହାକୁ କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଯୋଗ୍ୟ ହିତାଧିକାରୀମାନେ ଟିକା କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ଡୋଜ୍‌ର ଫାଇଦା ହାସଲ କରିପାରିବେ।