ପୁଣିଥରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଉପରମୁହାଁ

ଭୁବନେଶ୍ୱର,୧୮/୧୨: କିଛି ଦିନର ବ୍ୟବଧାନ ପରେ ପୁଣିଥରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି । କେରଳ ଓ ୟୁପିରେ ଅଧିକାଂଶ ଅ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଉପ ପ୍ରଜାତି ଜେ-ଏନ-ୱାନ ଯୋଗୁଁ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିବା କୁହାଯାଉଛି ।ନିକଟରେ କେରଳରେ ୪ ଜଣ ଏବଂ ୟୁପିରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ରିପୋର୍ଟ ରହିଛି ।