ଆସନ୍ତା ୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର, ୧୮/୭: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏହାରିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଛି। ଜୁଲାଇ ୨୧ରୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ କରାଯିବ। ସପ୍ତାହକୁ ଦୁଇ ଦିନ ଯଥା ବୁଧବାର ଓ ଶନିବାର ଗର୍ଭବତୀଙ୍କୁ ଟିକା ଦିଆଯିବ। ଏହି ଦୁଇ ଦିନ ୧୧ରୁ ୧ଟା ମଧ୍ୟରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି।