ଏପ୍ରିଲ ୪ ତାରିଖରୁ ସକାଳୁଆ ଚାଲିବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ

ଭୁବନେଶ୍ୱର, ୧୬/୩: ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛାଡ଼ି ସବୁ ସକାଳୁଆ ହେବ ବୋଲିି ସୂଚନା ମିଳିଛି। ସକାଳ ୭ଟାରୁ ଦିନ ୧ଟା ଯାଏଁ କୋର୍ଟ କାର୍ଯ୍ୟ ହେବ। ମଝିରେ କେବଳ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ। ଏନେଇ ସବୁ ଜିଲ୍ଲା ଜଜ୍‌ଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଚିଠି ଦେଇଛନ୍ତି ।