୭ଟି କଫ ସିରପ୍ ଯାଞ୍ଚ ପାଇଁ ତାଲିକାଭୁକ୍ତ କଲା WHO

ଭୁବନେଶ୍ୱର,୨୧/୦୬: କଫ ସିରଫ ଉପରେ ଲାଗିବାକି କଟକଣା। ଭାରତ ନିର୍ମିତ ୭ଟି କଫ ସିରପ୍ ଯାଂଚ ପାଇଁ ତାଲିକାଭୁକ୍ତ କଲା WHO । ନକଲି ସିରପ ପାଇଁ ସାରା ୩ଶହ ଲୋକଙ୍କ ମୃତ୍ୟୁ ଘଟଣା ପରେ ଭାରତର ୭ଟି କଫ ସିରପ ସମେତ ୨୦ଟି ଔଷଧକୁ ଯାଂଚ ଅର୍ନ୍ତଭୁକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ। ଅନ୍ୟ ଔଷଧ ଗୁଡିକ ଇଣ୍ଡୋନେସିଆର ବୋଲି ଜଣାପଡିଛି । ଏହି ଘଟଣାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଭାରତ ଔଷଧର ମାନ ସହ କେବେ ସାଲିସ କରେନି । ଏନେଇ ୭୧ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଓ ୧୮ କମ୍ପାନୀକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।