ରାଜ୍ୟରେ ୨୪ ଘଣ୍ଟାରେ ୧୦୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ୱର,୭/୪: ପୁଣି ଚିନ୍ତା ବଢାଇଲାଣି କୋଭିଡ ସଂକ୍ରମଣ । ଓଡିଶାରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ମାମଲା ଚିହ୍ନଟ ହୋଇଛି । ମୋଟ ୫ ହଜାର ୫୨୬ ନମୂନା ପରୀକ୍ଷା କରାଯାଇଥିଲା ବେଳେ ୧୦୪ ନମୂନାର ରିପୋର୍ଟ ପଜିଟିଭି ଆସିଛି । ଆଶ୍ୱସ୍ତିକର କଥା ହେଉଛି, ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସରେ ଗୋଟିଏ ବି ପିଲା ସଂକ୍ରମିତ ହୋଇ ନାହାନ୍ତି । ସେପଟେ ଦିନକରେ ୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୨୯ ରହିଛି ।