ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ବଢିବ ୨୦ ଭେଣ୍ଟିଲେଟର ICU ଶଯ୍ୟା

ଭୁବନେଶ୍ୱର, ୧୧/୫: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ। ତେଣୁ  କରୋନା ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ୨୦ ଭେଣ୍ଟିଲେଟର ICU ଶଯ୍ୟା ବଢିବ।ବନ୍ଧବାହାଲରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ । ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।