ପୁଣି ମାଡି ଆସିବ କି କରୋନା, ଚିନ୍ତା ବଢାଇଲା ଚୀନର ଏହି ରିପୋର୍ଟ!

ନୂଆଦିଲ୍ଲୀ, ୨୨/୦୨:  ଚୀନର ଉହାନ ସହରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ଏହି ଭୂତାଣୁ ମଣିଷକୁ କୋଭି-୧୯ ଭଳି ସଂକ୍ରମିତ କରିବା ସମ୍ଭାବନା ରହିଛି । ଚୀନ ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ପରେ ସାରା ବିଶ୍ୱ ଏବେ ସତର୍କ ହୋଇଛନ୍ତି ।

ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ । ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ନୂଆ ପ୍ରଜାତିର ଭୂତାଣୁ ଠାବ ହୋଇଛି । ବାଦୁଡି ଶରୀରରେ ଚିହ୍ନଟ ନୂଆ ଭୂତାଣୁ ମଣିଷ କୋଷକୁ କୋଭିଡ-୧୯ ଭଳି ସଂକ୍ରମିତ କରିପାରିବ । ସଂକ୍ରମିତ ବାଦୁଡି ସଂସ୍ପର୍ଶରେ ଆସିଲେ ମଣିଷକୁ ସଂକ୍ରମିତ ସମ୍ଭାବନା ରହିଛି । ଆକ୍ରାନ୍ତ ବାଦୁଡିର ମଳ, ମୂତ୍ର, ଛେପ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇପାରେ । ସଂକ୍ରମିତ ବାଡୁଡ଼ି ମାଂସ ଖାଇଲେ ମଣିଷକୁ ଡେଇଁବା ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ।

ଲ୍ୟାବ ରିପୋର୍ଟ ଅନୁସାରେ ମଣିଷ ଏହି ନୂଆ ଭୂତାଣୁରେ ସଂକ୍ରମିତ ହେଲେ ଜ୍ୱର, କାଶ, ଛିଙ୍କ, କଫ, ସର୍ଦ୍ଦି, ଥକ୍କାପଣ, ଭୋକ ନଲାଗିବା, ଥଣ୍ଡା ଲାଗିବା, ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ, ଝାଡା ବାନ୍ତି ଭଳି ଲକ୍ଷଣ ଦେଖା ଦେଇପାରେ ।

Leave a Reply

Your email address will not be published. Required fields are marked *