ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୧୦/୨:ଗତ କିଛି ଦିନ ହେବ ଟୀକା କରଣ ଚାଲିଥିଲା। ଏହାରି ମଧ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ। ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ ଜାରି ରହିଛି । ବାକିଥିବା ବ୍ୟକ୍ତିଙ୍କୁ ଟିକା ଦେବାକୁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। କିଛି ଜଣ ଟିକା ନେବାକୁ ଅନିଚ୍ଛା ପ୍ରକାଶ ସହ ଲିଖିତ ଭାବେ ଦେଇଥିଲେ। ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି।