ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬/୧: ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ  ଉଦ୍‌ବୋଧନ ଦେଇ କହିଛନ୍ତି ଯେ କରୋନା ଟିକା ଆସିଯାଇଛି। ସମସ୍ତଙ୍କୁ ଆଜିର ଦିନକୁ ଅପେକ୍ଷା ଥିଲା ଓ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ ୨ଟି ଟିକା ପ୍ରସ୍ତୁତ କରାଯାଇଛି। ଏହାସହ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଟିକାର ପ୍ରଥମ ହକ୍‌ଦାର କରୋନା ଯୋଦ୍ଧା। ପ୍ରଥମେ ୩ କୋଟି କରୋନା ଯୋଦ୍ଧା  ଟିକା ନେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।