ଟିକା ଦିଆଯିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର, ୧୨/୧: ଟିକା ଦିଆଯିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ବୟସ୍କ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ।ଭୁବନେଶ୍ବରରେ ଟିକା ପହଞ୍ଚିବା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ର ଯିବ। ଏହାପରେ ଜିଲ୍ଲାକୁ ଟିକା ନେଇଯିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।

ଭ୍ୟାକସିନ ଗାଡ଼ି ପଠାଇ ସେମାନେ ଆଜି ଟିକା ନେବେ। ୧୬ରୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଟିକା ଦେବା ଆରମ୍ଭ ହେବ। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଯିଏ ବୟସ୍କ ଥିବେ ସେମାନଙ୍କୁ ଆଗ ଦିଆଯିବ। ଅଧିକ କରୋନା ପଜିଟିଭ ଥିବା ଅଞ୍ଚଳରେ ଆଗ ଟିକା ଦିଆଯିବ ଓ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼଼ି଼ିଛି ।