ଆଜି କିମ୍ବା ଆସନ୍ତା କାଲିଠାରୁ ଆରମ୍ଭ ହେବ ଟିକା ପରିବହନ କାମ

ନୂଆଦିଲ୍ଲୀ, ୭/୧: ଆଜି କିମ୍ବା ଆସନ୍ତା କାଲିଠାରୁ ଆରମ୍ଭ ହେବ ଟିକା ପରିବହନ କାମ।  ଯାତ୍ରୀ ବିମାନରେ ବିଭିନ୍ନ ସ୍ଥାନକୁ ପଠାଯିବ କରୋନା ଟିକା। ସେଣ୍ଟ୍ରାଲ୍‌ ହବ୍‌ ପୁଣେରୁ ବିଭିନ୍ନ ସ୍ଥାନକୁ ଟିକା ପଠାଯିବ। ଉତ୍ତର ଭାରତ ପାଇଁ ଦିଲ୍ଲୀ ଓ କର୍ଣ୍ଣଲ ମିନି ହବ୍‌ ହେବ। ପୂର୍ବ ଭାରତ ପାଇଁ କୋଲ୍‌କାତା ଓ ଗୁଆହାଟି, ଦକ୍ଷିଣ ଭାରତ ପାଇଁ ଚେନ୍ନାଇ ଓ ହାଇଦ୍ରାବାଦ ମିନି ହବ୍‌ ହେବ। ଏହାସହ ଦେଶରେ ୪୧ଟି ବିମାନ ବନ୍ଦରରେ ଟିକା ପହଞ୍ଚିବ।