ଟିକାକରଣ ନେଇ କଣ କହିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର, ୫/୧: ଟିକାକରଣ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ଆମର ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି ବୋଲି ସେ କହିଛନ୍ତି। ଅନ୍ୟପଟେ ସେସନ ସାଇଟ୍‌ର ସ୍ଥିତି ସମୀକ୍ଷା ନେଇ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ କାଲି ଲେଖିଥିଲେ ଚିଠି । ପ୍ରତୀକ୍ଷା, ଟିକାକରଣ ଓ ପର୍ଯ୍ୟବେକ୍ଷଣ ଗୃହ ସମୀକ୍ଷା କରିବେ ।

ପ୍ରତୀକ୍ଷା ଗୃହରେ ଟିକା ନେବାକୁ ଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାଁ ଡାଟାବେସ୍‌ରେ ଅଛି କି ନାହିଁ ଯାଞ୍ଚ ହେବ । ଟିକାକରଣ ରୁମ୍‌ରେ ଅନ୍ୟ ତଥ୍ୟ ଯାଞ୍ଚ ସହ ଟିକା ଦିଆଯିବ । ପର୍ଯ୍ୟବେକ୍ଷଣ ଗୃହରେ ଟିକା ପରେ ୩୦ ମିନିଟ୍‌ ରଖାଯିବ । ପାର୍ଶ୍ବ ପ୍ରତିକ୍ରିୟା ନ ଆସିଲେ ସେମାନଙ୍କୁ ଛଡ଼ାଯିବ । ଏହି ମାସ ଶେଷରେ ଟିକା ଓଡ଼ିଶାରେ ପହଞ୍ଚିବା ନେଇ ଆଶା ରହିଛ।