ଅପରାହ୍ନରେ ରାଜ୍ୟରେ ପହଞ୍ଚିବ ୯୦ ହଜାର କୋଭିସିଲ୍‌ଡ ଟିକା

ଭୁବନେଶ୍ୱର, ୨୮/୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ ଟିକାକରଣ କରାଯାଉଛି। ଏହାରିମଧ୍ୟରେ ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିବ ୯୦ ହଜାର କୋଭିସିଲ୍‌ଡ ଟିକା । ଟିକା ଆସିଲେ ଅଧିକ ଟିକାଦାନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ । ଟିକା ଅଭାବ ଯୋଗୁଁ ଏବେ ମାତ୍ର ୪୬୪ କେନ୍ଦ୍ରରେ ଚାଲିଛି ଟିକାଦାନ । ସୂଚନା ଯୋଗ୍ୟ ଯେ ଗତକାଲି ୬୧୭ କେନ୍ଦ୍ରରେ ୬୫ ହଜାର ୭୭୬ ଜଣଙ୍କୁ ଟିକା ଦିଆଯାଇଛି ।