ଏଣିକି ସପ୍ତାହକୁ ୫ ଦିନ ଟିକାକରଣ

ଭୁବନେଶ୍ୱର, ୨୩/୪: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଣିକି ସପ୍ତାହରେ ୫ ଦିନ ଟିକାକରଣ ହେବ।ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁଁ ଶନି ଓ ରବିବାର ଟୀକାକରଣ ବନ୍ଦ ରହିବ। କାରଣ ଏହି ଦିନ ଟିକାକରଣ କେନ୍ଦ୍ର ସାନିଟାଇଜ ହେବ। ଏବେ ସୁଦ୍ଧା ରାଜ୍ୟରେ ଟ୍ରିପଲ ମ୍ୟୁଣ୍ଟାଣ୍ଟ ଚିହ୍ନଟ ହୋଇନାହିଁ । ଦ୍ବିତୀୟ ଡୋଜ ଟିକା ନେଲେ ମୃତ୍ୟୁହାର କମ ରହିବ ଓ  ସଂକ୍ରମଣ ବ୍ୟାପିବନି ବୋଲି ସେ କହିଛନ୍ତି।

ରାଜ୍ୟରେ ୫୪ ଲକ୍ଷ ଡୋଜ ଦିଆଯାଇଛି ଓ ଟିକା ନେବା ପରେ ମାତ୍ର ୫୦ଜଣ ସଂକ୍ରମିତ ହୋଇଛନ୍ତି । ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ ରାଜ୍ୟ ସରକାର । ମେ’ ୧ରୁ ଟିକା ଉତ୍ପାଦନକାରୀଙ୍କଠାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟ ହେବ । ଟିକା ଅଭାବରୁ ରାଜ୍ୟରେ ୮୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି।