ପ୍ରସ୍ତୁତ ଅଛି ଓଡିଶା: ଯୁବବର୍ଗଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର, ୨୦/୪: ରାଜ୍ୟରେ ଏବେ କରୋନା ର ଦୂତୀୟ ଲହରୀ ତାଣ୍ଡବ ରଚୁଛି। ତେଣୁ ଟୀକା ଦିଆଯାଉଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଟିକା ଦିଆଯିବ। ମେ’ ୧ରୁ ଯୁବବର୍ଗଙ୍କୁ ଟିକାକରଣ କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରେ ହେବ ଯୁବକଙ୍କ ଟିକାକରଣ । ଅଧିକ ସେସନ ସାଇଟ୍ ସହ ଟିକାକରଣ କେନ୍ଦ୍ର ବୃଦ୍ଧି ପାଇବ । ଯୁବକମାନେ କୋୱିନ୍ ଆପରେ ନିଜର ନାଁ ପଞ୍ଜିକରଣ କରିପାରିବେ ।ସୂଚନା ଯୋଗ୍ୟ ଯେ ଓଡିଶାକୁ ଆଜି ଲକ୍ଷେ କୋଭିସିଲ୍ଡ ଟିକା ଆସି ଅପରାହ୍ନରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।