ରାଜ୍ୟକୁ ଜାନୁଆରି ବା ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ଆସିବ ଟିକା

ଭୁବନେଶ୍ୱର, ୪/୧:ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗୁଛି। ଏହାରି ମଧ୍ୟରେ ରାଜ୍ୟକୁ ଜାନୁଆରି ବା ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ଟିକା ଆସିବ ବୋଲି ସୂଚନା ମିଳିଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ବୃଦ୍ଧଙ୍କୁ ଦିଆଯିବ କରୋନା ଟିକା । ଟିକା ସଂରକ୍ଷଣ ପାଇଁ ସବୁ ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରସ୍ତୁତ  କରାଯାଇଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସୂଚନା ଦେଇଛନ୍ତି।