ବେହାଲ କଲାଣି କରୋନା: ରାଜ୍ୟରେ ଆଜି ୮୯୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩/୫: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୦୮୧ ଓ ସ୍ଥାନୀୟ ଅଞ୍ଚଳରୁ ୩୮୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୩ ଲକ୍ଷ ୯୭ ହଜାର ୫୭୫ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ  ଏବେ ବି ୭୧,୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି।