ଦେଶରେ କାମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ୨୪ଘଣ୍ଟାରେ ୪୫,୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୪୮୦ ମୃତ

ନୂଆଦିଲ୍ଲୀ, ୨୬/୧୦: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ୪୫,୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯,୦୯,୯୫୯ କୁ ବୃଦ୍ଧି ପାଇଛି ଓ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୧୯,୦୧୪ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୧,୩୭,୨୨୮ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ବିଭିନ୍ନ ହସ୍ପିଟାଲରେ ୬,୫୩,୭୧୭ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି ।