ଦେଶରେ ୨୪ଘଣ୍ଟାରେ ୫୦,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୭୦୪ ମୃତ

ନୂଆଦିଲ୍ଲୀ, ୫/୧୧: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ୫୦,୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩,୬୪,୦୮୬ କୁ ବୃଦ୍ଧି ପାଇଛି ଓ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୨୪,୩୧୫ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୭,୧୧,୮୦୯ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ବିଭିନ୍ନ ହସ୍ପିଟାଲରେ ୫,୨୭,୯୬୨ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।