୨୪ଘଣ୍ଟାରେ ୬୨୨୧୨ ଜଣ ଆକ୍ରାନ୍ତ ଚିହ୍ନଟ ଓ ୮୩୭ ମୃତ

ନୂଆଦିଲ୍ଲୀ, ୧୭।୧୦: ଦେଶର କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୨,୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୩୨,୬୮୦କୁ ବୃଦ୍ଧି ପାଇଛି ଓ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୧୨,୯୯୮ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫,୨୪,୫୯୫ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ବିଭିନ୍ନ ହସ୍ପିଟାଲରେ ୭,୯୫,୦୮୭ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି ।