ଲକ୍ଷଣ ନଥିଲେ ଆବଶ୍ୟକ ନାହିଁ କୋଭିଡ୍‌ ଟେଷ୍ଟିଂ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୫/୧: ରାଜ୍ୟରେ ଏବେ ୨ ରୁ ୩ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିିିଛନ୍ତି ଯେ କୋଭିଡ ଲକ୍ଷଣ ନଥିଲେ କୋଭିଡ୍‌ ଟେଷ୍ଟିଂ ଆବଶ୍ୟକ ନାହିଁ। ଏହାଛଡା ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । ଲକ୍ଷଣ କମ୍ ଥିଲେ ବି ବୃଦ୍ଧ ବ୍ୟକ୍ତି ଆଇସୋଲେସନରେ ରହିବା ଭଲ ବୋଲି ସେ କହିଛନ୍ତି।ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ତେଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ।