ଆସନ୍ତାକାଲିଠୁ ବିଏମସି ମାର୍କେଟରେ ହେବ ଟେଷ୍ଟିଂ ବ୍ୟବସ୍ଥା

ଭୁବନେଶ୍ୱର, ୫/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କରୋନାକୁ ନେଇ ବିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆସନ୍ତା କାଲିଠୁ ବିଏମସି ମାର୍କେଟରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ମୋବାଇଲ୍ ଭ୍ୟାନ ଜରିଆରେ ଆରଟିପିସିଆର/ଆଣ୍ଟିଜେନ୍ ଟେଷ୍ଟ ହେବ। ମାଛ, ପରିବା ମାର୍କେଟରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା ହେବ। ସାମୁହିକ ଟେଷ୍ଟିଂରେ ସମସ୍ତେ ସହଯୋଗ କରିବାକୁ କହିିିଛନ୍ତି ବିଏମସି କମିସନର।

ଏହାସହ ସେ କହିଛନ୍ତି ଯେ ଲକଡାଉନ୍ ଓ ସଟଡାଉନର ସୁଫଳ ମିଳୁଛି।ବର୍ତ୍ତମାନ ପଜିଟିଭିଟି ରେଟ୍ ହ୍ରାସ ପାଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି।