ଆସନ୍ତାକାଲିଠାରୁ ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ, ୨୬/୧: ପୁରୀରେ ଜାନୁଆରି ୨୭ରୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ । ଦୈନିକ ୫୦ ଜଣଙ୍କର ହେବ RTPCR ଟେଷ୍ଟ । ଜାନୁଆରି ୨୭ରୁ ୩୧ ଯାଏ ସୁଆର ମହାସୁଆର ନିଯୋଗର ଟେଷ୍ଟ କରାଯିବ। ସେହିପରି ଫେବ୍ରୁଆରି ୧, ୨ ପୁଷ୍ପାଳକ ନିଯୋଗ, ୩ ରୁ ୫ ପୂଜାପଣ୍ଡା ନିଯୋଗ, ୬ରୁ ୧୦ ପ୍ରତିହାରୀ ନିଯୋଗ, ୧୧ ଓ ୧୨ରେ ଦଇତାପତି ନିଯୋଗ, ୧୩ ରୁ ୧୫ ଗରାବଡୁ ନିଯୋଗ, ୧୬ ଓ ୧୭ରେ ଖୁଣ୍ଟିଆ ନିଯୋଗ
୨୫ରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀଙ୍କର ଟେଷ୍ଟ ହେବ ।୨୬ରେ ମନ୍ଦିର ଶାଖା କାର୍ଯ୍ୟାଳୟ ଓ ପରିମଳ କର୍ମଚାରୀଙ୍କ ଟେଷ୍ଟ କରାଯିବ। ମୋଟ ୨୫୦୦ ସେବକ ଓ ୫୦୦ କର୍ମଚାରୀଙ୍କ ହେବ ଟେଷ୍ଟ ।କୋଭିଡ ଟେଷ୍ଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।