ଦେଶରେ ଆରୋଗ୍ୟ ହାର ୯୭.୪% ବୃଦ୍ଧି

ନୂଆଦିଲ୍ଲୀ, ୨୭/୭: କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ଆରୋଗ୍ୟ ହାର ୯୭.୪% ବୃଦ୍ଧି ହୋଇଛି । ଦେଶର ୫୪ ଜିଲ୍ଲାରେ ପଜିଟିଭିଟି ୧୦%ରୁ ଅଧିକ ରହିଛି । ସେହିପରି ୧୨ ରାଜ୍ୟର ୫୪ ଜିଲ୍ଲାରେ ପଜିଟିଭିଟି ୧୦%ରୁ ଅଧିକ ରହିଛି । ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ଥିଲା । ୫୪ ଜିଲ୍ଲା ମଧ୍ୟରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ସୂଚନା ମିଳିଛି। ଆମେରିକା, ଫ୍ରାନ୍ସ, ଥାଇଲାଣ୍ଡ, ମାଲେସିଆରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି।