ଦେଶରେ କରୋନା ସ୍ଥିତି ନେଇ କଣ କହିଲେ କେନ୍ଦ୍ର ସରକାର?

ନୂଆଦିଲ୍ଲୀ, ୨୯ା୧୨: ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ କମୁଛି କିନ୍ତୁ ବ୍ରିଟେନରୁ ଆସିଥିବାର କରୋନାର ନୂଆ ଷ୍ଟ୍ରେନ ଚିନ୍ତାର ବିଷୟ ବସ୍ତୁ ପାଲଟିଛି । ନୂଆ ଷ୍ଟ୍ରେନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇ କହିଛନ୍ତି ଯେ ଏଥି ପାଇଁ ଟିକା କାମ କରିବ । ଜେନମ ସିକ୍ୱେନ୍ସିଂ ପାଇଁ କନସର୍ଟିୟମ ଗଠନ କରାଯାଇଛି । ସମନ୍ୱିତ ମୁକାବିଲା ପାଇଁ INSACOG ଗଠନ ହୋଇଛି କନସର୍ଟିୟମ । ୧୦ଟି ସରକାରୀ ଲ୍ୟାବକୁ ନେଇ ଗଠନ ହୋଇଛି କନସର୍ଟିୟମ । ଏହା ନୂଆ ଷ୍ଟ୍ରେନର ସ୍ଥିତି ଅନୁଧ୍ୟାନ କରିବ । ଏହାସହ ଦେଶରେ ବୃଦ୍ଧି କରାଯାଉଛି ଜେନମ ସିକ୍ୱେନ୍ସିଂ ସଂଖ୍ୟା । ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୧୭ହଜାରରୁ କମ ରହୁଛି । କରୋନାରେ ୭୦ ପ୍ରତିଶତ ପୁରୁଷ ଓ ୩୦ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହେଉଛି । ପ୍ରତି ୧୦ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣଙ୍କ ମୃତ୍ୟୁ ହେଉଛି ।