କମୁଛି କରୋନା, କୋହଳ ହେବ କି କଟକଣା !

ଭୁବନେଶ୍ୱର, ୨୯/୮: ରାଜ୍ୟରେ ଆଉ ୨ ଦିନ ପରେ ଅଗଷ୍ଟ କଟକଣା ଶେଷ ହେଉଛି। ତେଣୁ ସେପ୍ଟେମ୍ବରରେ କଟକଣା ବଢିବ ନା କୋହଳ ହେବ ସେନେଇ ଚର୍ଚ୍ଚା ଲାଗିରହିଛି । ଆଗକୁ ପାର୍ବଣ ଆସୁଛି, ଏହାକୁ ଦେଖି ସରକାର କଟକଣା ବଳବତର ରଖିବେ ନା କୋହଳ କରିବେ ତା ଉପରେ ସମସ୍ତିଙ୍କ ନଜର ରହିଛି । ତେବେ ଏହାରି ଭିତରେ କରୋନାର ସଂକ୍ରମଣ କମୁଥିବା ଦେଖି ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ କରିଥିଲେ ସରକାର । କିନ୍ତୁ ସାରା ରାଜ୍ୟରେ ରାତି କର୍ଫ୍ୟୁ ବଳବତ୍ତର ରହିଥିଲା । ସେହିପରି କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଜାରି କରାଯାଇଥିଲା । ଏବେ କିନ୍ତୁ କରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଗତ କିଛିଦିନ ହେଲା ଲଗାତର ୧ ହାଜର ତଳେ ରହିଛି ଦୈନିକ ସଂକ୍ରମଣ । ତେଣୁ ଅନୁମାନ କରାଯାଉଛି ସେପ୍ଟେମ୍ବର ଗାଇଡଲାଇନରେ ସରକାର ଅଗଷ୍ଟ କଟକଣାକୁ ଆହୁର କୋହଳ କରିପାରନ୍ତି । ଅର୍ଥାତ କଟକ, ଭୁବନେଶ୍ୱର ଓ ପୁରୀରେ ଶନିବାର ଓ ରବିବାର ସଟଡାଉନ କଟକଣାକୁ ହଟାଇ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।