ରାଜଧାନୀରେ ପୁଣିଥରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର, ୨୦/୨: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀରେ ଭୁବନେଶ୍ୱର ରେ ପୁଣିଥରେ କରୋନା କଟକଣା କଡ଼ାକଡ଼ି ହେବ। ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ସେହିପରି ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । ଯଦି କେହି କଟକଣାକୁ ବେଖାତିର କରେ ତେବେ ସେହି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।