ଭିସୁଟ୍‌ରେ ୨୫ରୁ ଅଧିକ ଛାତ୍ର କରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗ, ସ୍ପଷ୍ଟୋକ୍ତି ରଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨/୩: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କିନ୍ତୁ ଗତ କିଛି ତଳେ ବୁର୍ଲା ଭିସୁଟ୍‌ରେ ୨୫ରୁ ଅଧିକ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ପ୍ରସଙ୍ଗରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ପଷ୍ଟୋକ୍ତି ରଖିଛନ୍ତି । ସେ କହିଛନ୍ତି ଯେ କିଟ୍‌ ଖରାପ୍‌ ଯୋଗୁଁ ରିପୋର୍ଟ ପଜିଟିଭ ଥିଲା। RT-PCR ଟେଷ୍ଟରେ କେହି ପଜିଟିଭ ଆସିନାହାନ୍ତି।ଉଲ୍ଲେଖଯୋଗ୍ୟ ଯେ  ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା ।