ଭୟଙ୍କର ରୂପ ନେବାରେ ଲାଗିଛି ଚୀନରେ କରୋନା ସ୍ଥିତି

ନୂଆଦିଲ୍ଲୀ,୨୩/୧: ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏହାରିମଧ୍ୟରେ ଚୀନରେ କରୋନା ସ୍ଥିତି ନେଇ ବଡ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ, ଚୀନରେ ଏବେ ସୁଦ୍ଧା ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । କେବଳ ଏତିକି ନୁହେଁ ଗତ ଏକ ସପ୍ତାହରେ ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି । ଯାହା ବର୍ତ୍ତମାନ ଚିନ୍ତାର ବିସୟ ପାଲଟିଯାଇଛି । ଗତ ଡିସେମ୍ବର ମାସ ପ୍ରଥମ ସପ୍ତାହରେ କରୋନାକୁ ନେଇ ଲାଗୁ ହୋଇଥିବା ଜିରୋ କୋଭିଡ୍ ପଲିସିକୁ ହଟାଯାଇଥିଲା । ଏହା ପରେ ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଚୀନର ସୂଚନ ଅନୁଯାୟୀ ଗତ ଡିସେମ୍ବର ୮ତାରିଖରୁ ଚଳିତ ମାସ ୧୨ତାରିଖ ଭିତରେ ୫୯,୯୩୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ମାତ୍ର ଗୋଟିଏ ମାସ ମଧ୍ୟରେ ପାଖାପାଖି ୬୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।