ଦେଶରୁ ହଟିଲା କରୋନା ମହାମାରୀ ଆଇନ

ନୂଆଦିଲ୍ଲୀ, ୨୩/୩: ଏବେ ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେଣୁ ମହାମାରୀ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନ ହଟେଇ ଦିଆଯାଇଛି। ପୂର୍ବ ନିୟମକୁ ପ୍ରତ୍ୟାହାର କରିିଛି କେନ୍ଦ୍ର।   କୋଭିଡର ପ୍ରକୋପ କମିଥିବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ସ୍ଥିିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର  ନିଷ୍ପତ୍ତି ନେବେ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।