ରାଜଧାନୀରେ କରୋନା ସଚେତନ ନେଇ ଅଙ୍କାଯାଇଛି ଅଶ୍ଲୀଳ ଫଟୋ

ଭୁବନେଶ୍ୱର, ୧୯/୭: ରାଜ୍ୟରେ କରୋନାକୁ ହରେଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ସେ ଘର ଘର ବୁଲି ହେଉ କିମ୍ବା ଫୋଟୋ ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ କରୋନାକୁ ନେଇ ସଚେତନ କରୁଛନ୍ତି ସରକାର । ଏହି କରୋନା ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ମଧ୍ୟ ଅଙ୍କା ଯାଇଛି । ଆଉ ଏବେ ଏହି ଚିତ୍ରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ଫଟୋରେ କରୋନା ସଚେତନତା ସହ ଅଶ୍ଲୀଳ ଫୋଟୋ ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ଏହି ଚିତ୍ରକୁ ଶୀଘ୍ର ହଟେଇବା ପାଇଁ ଲୋକମାନେ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ଯେ ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଏହି ଅଶ୍ଲୀଳ ଫୋଟୋ ଅଙ୍କାଯାଇଛି । ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସଙ୍କର ଚିତ୍ର ରହିଛି । ଯେଉଁମାନେ କାନ୍ଥରେ ଚିତ୍ରିତ ଥିବା ଭୂତାଣୁ ଆଡକୁ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି । ତେଣୁ ଏହିଭଳି ଚିତ୍ରକୁ ଶୀଘ୍ର ହଟେଇବାକୁ ଲୋକମାନେ କହିଛନ୍ତି ।