ମେ ମାସ ଶେଷ ବେଳକୁ କମିପାରେ ସଂକ୍ରମଣ

ଭୁବନେଶ୍ୱର, ୨୧/୫: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେରାଜ୍ୟରେ ଟେଷ୍ଟିଂ ବଢ଼ିବାରୁ ସଂକ୍ରମିତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିଛି। ଟେଷ୍ଟିଂ ଅନୁଯାୟୀ ପଜିଟିଭିଟି ରେଟ ଅଧିକ ନାହିଁ। ସେହିପରି ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି।ଗୁରୁତର ରୋଗୀ ମେଡିକାଲରେ ଥିବାରୁ ୫୦% ଭେଣ୍ଟିଲେଟର ଫିଲପ୍ ଅଛି।

ଅନ୍ୟପଟେ ମେ ମାସ ଶେଷ ବେଳକୁ ସଂକ୍ରମଣ କମିବ ବୋଲି ଆଶା ରଖାଯାଇଛି। ଯେତେ ଶୀଘ୍ର ଟିକାକରଣ ସରିବ ସେହି ଅନୁପାତରେ ମୃତ୍ୟୁ ହାର କମିବ। ବ୍ଲାକ ଫଙ୍ଗସ୍ ଓ ହ୍ୱାଇଟ ଫଙ୍ଗସ ଆଗରୁ ଥିଲା ତେଣୁ ଲୋକେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।