ଚୀନରେ ପୁଣି କାୟା ବିସ୍ତାର କରୁଛି କରୋନା

ନୂଆଦିଲ୍ଲୀ,୨୦/୧୨: ଚୀନରେ ପୁଣି କାୟା ବିସ୍ତାର କରୁଛି କରୋନା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୩ମାସ ଭିତରେ ଦେଶରେ ୩ଟି ଲହର ଆସିବ । ପ୍ରଥମ ଲହରର ଆରମ୍ଭ ହୋଇସାରିଛି । ଜାନୁଆରୀ ମଧ୍ୟଭାଗରେ ପିକ ଛୁଇଁବ କରୋନା ସଂକ୍ରମଣ । ଜାନୁଆରୀ ଶେଷରେ ୨ୟ ଲହର ଓ ଫେବୃଆରୀରେ ୩ୟ ଲହର ଆସିବା ଆଶଙ୍କା ରହିଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ରାଜଧାନୀ ବେଜିଂର ୭୦ ପ୍ରତିଶତ ଲୋକ କୋଭିଡରେ ସଂକ୍ରମିତ ହୋଇସାରିସାରିଲେଣି ଓ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଛି । ହଠାତ ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରନର ଉପପ୍ରଜାତି କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।