କରୋନା ସ୍ଥିତି ପ୍ଲାଟୋ ଷ୍ଟେଜରେ ଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର, ୨୦/୭: ରାଜ୍ୟରେ ଏବେ ସଂକ୍ରମଣ ହାର କମିଛି କିନ୍ତୁ ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନି । ଆଗରୁ ୪ ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ରହିଥିଲା । ସେହି ୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ଯଥା ସମ୍ଭବ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି । ଆମକୁ ଏହି ୪ ଜିଲ୍ଲାରେ ଅଧିକ ଫୋକସ୍ ଦେବାକୁ ପଡ଼ିବ କାରଣ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି।

ଅନ୍ୟପଟେ ଏମ୍ସର ନିର୍ଦେଶକ ଗୁଲେରିଆ ଆସନ୍ତା ୬ ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି । ରାଜ୍ୟରେ କରୋନା ପାଇଁ କଟକଣା ଲାଗୁ ହୋଇଛି । କିନ୍ତୁ କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ହିଁ ତୃତୀୟ ଲହର ଆସିବାରେ ସହଜ ହେଇପାରେ । ତେଣୁ ଆଗୁଆ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ରହିଛି । ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଣୁ ରାଜ୍ୟରେ ଟିକାକରଣ ଚାଲୁ ରହିବ। ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଜୋରଦାରରେ ଜାରି ରହିଛି ।