ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କଣ କହିଲେ ଡିଏମଇଟି?

ଭୁବନେଶ୍ୱର, ୧୭/୧୨: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ପୁଣି ଆଗକୁ କରୋନା ର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାରିମଧ୍ୟରେ  ସମ୍ଭାବ୍ୟ ତୃତୀୟ ଲହରକୁ ନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସବୁ ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ବଢ଼ିଲେ ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ହସ୍ପିଟାଲରେ ଅକ୍ସିଜେନ ଓ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ବୋଲି DMET କହିଛନ୍ତି।

ଅନ୍ୟପଟେ ଦେଶରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଛି। ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନରେ ଓମିକ୍ରନ ଚିହ୍ନଟ ହୋଇସାରିଛ। ଦେଶରେ ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୯୭ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି।