ଆଜିଠୁ ପୁଣି ଚାଲିବ କରମଣ୍ଡଳ ଏକ୍ସପ୍ରେସ

ନୂଆଦିଲ୍ଲୀ,୭/୬: ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଆଜିଠାରୁ ପୁଣି ଚଳାଚଳ ଆରମ୍ଭ କରିବ ବୋଲି ରେଳବାଇ ସୂତ୍ରରୁ ଜଣାଯାଇଛି।

ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ବୁଧବାରଠାରୁ ପୁଣି ସେବା ଆରମ୍ଭ କରିବା ପାଇଁ କରମଣ୍ଡଳ ଏକ୍ସ୍‌ପ୍ରେସ୍‌ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ଷ୍ଟେସନ୍‌ ନିକଟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଠିଆ ହୋଇଥିବା ଗୋଟାଏ ମାଲ୍‌ଗାଡ଼ି ସହିତ ଧକ୍କା ହୋଇଥିଲା। ଫଳତଃ, ସେହି ସମୟରେ ଉକ୍ତ ଟ୍ରାକ୍‌ରେ ୟେଶବନ୍ତପୁରରୁ ହାୱଡ଼ାକୁ ଦ୍ରୁତ ଗତିରେ ଆସୁଥିବା ହାୱଡ଼ା ଏକ୍ସ୍‌ପ୍ରେସ୍‌ ଉକ୍ତ ଡବାଗୁଡ଼ିକ ଉପରେ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।