କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର, ୧୫/୨: କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଅର୍ଥାତ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଦିନ ୧ଟା ଯାଏ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଛି। ତେଲ ଦର ବୃଦ୍ଧି, ଚାଷୀ ଓ ବେକାରୀ ସମସ୍ୟା, ରାଜନୈତିକ ହିଂସା ଓ ଅପାରଗତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି।

ଏହି ବନ୍ଦ ଡାକରା ସମୟରେ ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ବନ୍ଦରୁ ବାଦ୍ ରହିବ । ବନ୍ଦ ସତ୍ତ୍ବେ ରାଜ୍ୟରେ ଚାଲିବ ୧୪ ହଜାର ଘରୋଇ ବସ୍‌। କିନ୍ତୁ ଭୁବନେଶ୍ବର ଓ କଟକରେ ବନ୍ଦ ରହିବ ମୋ ବସ୍‌ ସେବା । ସେହିପରି ଅନ୍ୟପଟେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି।