ସାଂସଦ ପଦ ରଦ୍ଦ ହେବା ପରେ ମୁହଁ ଖୋଲିଲେ କଂଗ୍ରେସ ନେତା ରାହୁଲ

ନୂଆଦିଲ୍ଲୀ,୨୫/୩: ମୁହଁ ଖୋଲିଲେ ରାହୁଲ ଗାନ୍ଧୀ। ସାଂସଦ ପଦ ରଦ୍ଦ ହେବା ପରେ ପ୍ରଥମଥର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଖିରେ ଭୟ ଦେଖିଛି । ରାହୁଲ କହିଛନ୍ତି ସଂସଦରେ ଯେତେବେଳେ ମୁଁ ଆଦାନୀଙ୍କ ଉପରେ ଭାଷଣ ଦେବା ଆରମ୍ଭ କଲି ସେତେବେଳେ ପ୍ରଧାନମନ୍ତ୍ରୀ ଭୟଭିତ ହୋଇଯାଇଥିଲେ । ଏହି ଭୟ ତାଙ୍କ ଆଖିରୁ ସ୍ପଷ୍ଟଭାବେ ବାରି ହୋଇପଡୁଥିବା କଥା ରାହୁଲ କହିଛନ୍ତି । ଏଣୁ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଭିନ୍ନ ପ୍ରସଙ୍ଗ ଉଠାଇ ମୋ ସାଂସଦ ପଦ ରଦ୍ଦ କରାଯାଇଥିବା କଥା ସେ କହିଛନ୍ତି ।