କାମ ଦେଲାନି ପଦ୍ମ ମ୍ୟାଜିକ, ହିମାଚଳପ୍ରଦେଶରେ ପୁଣି ଇତିହାସର ପୁନରାବୃତି

ନୂଆଦିଲ୍ଲୀ,୮/୧୨: ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ବାହାରୁଛି । ଗୁଜୁରାଟରେ ବିଜେପି  ବିଜୟ ମହାଁ ହେଉଥିବା ବେଳେ ହିମାଚଳରେ କିନ୍ତୁ ପାୱାର ଦେଖାଇପାରିଲାନି  । ହିମାଚଳ ପ୍ରଦେଶରେ କଂଗ୍ରେସ ଆଗୁଆ ରହିଛି । ସେଠାରେ କଂଗ୍ରେସ ବହୁମତ ମଧ୍ୟ ହାସଲ କରିସାରିଲାଣି । ଏଥିରୁ ସ୍ପଷ୍ଟ ହେଉଛି ଯେ  ହିମାଚଳ ପ୍ରଦେଶକୁ ହାତେଇବ କଂଗ୍ରେସ ।

ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା ।  ହେଲେ ଏବେ କଂଗ୍ରେସ ୩୯ ସିଟରେ ଆଗୁଆ ରହିଥିଲା ବେଳେ ବିଜେପି ଖାତାରେ ୨୬ ଆସନ ରହିଛି । ସେହିପରି ହିମାଚଳରେ ଖାତା ଖୋଲିପାରିନି ଆପ୍ ।ହିମାଚଳ ପ୍ରଦେଶରେ ଇତିହାସର ପୁଣି ପୁନରାବୃତ୍ତି ହୋଇଛି । ୧୯୯୦ ମସିହାରୁ ଯେଉଁ ଧାରା ଚାଲିଥିଲା ତାହା ପୁଣି ଦୋହରାଇନ୍ତି ହିମାଚଳ ପ୍ରଦେଶ ଜନତା ।