ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର, ୨୩/୪: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ।ବିଶ୍ୱକେଶନଙ୍କ ନାମକୁ ଘୋଷଣା କରିଛି ଏଆଇସିସି ।

ଉଲ୍ଲେଖ ଯୋଗ୍ୟ ଯେ ଆଗରୁ ଘୋଷଣା କରାଯାଇଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ସ୍ଥଗିତ ରହିଥିଲା। ଆଜି ପୁଣିଥରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ନାମ ଘୋଷଣା କରାଯାଇଛି। ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ  ଭୋଟ ଗ୍ରହଣ ହେବ।