କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ ?

ଭୁବନେଶ୍ୱର,୧୮/୦୪: ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାରିମଧ୍ୟରେ ଆଜି ବିଧାନସଭା ପାଇଁ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ ତାଲିକା । ୪ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମାହାଙ୍ଗା, ସତ୍ୟବାଦୀ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର କୁମାର ସାହୁ । ସେହିପରି ସତ୍ୟବାଦୀରୁ ନିର୍ବାଚନ ଲଢିବେ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ ପ୍ରକାଶ ଚନ୍ଦ୍ର ଜେନା ଓ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ହେଲେ ଅଶୋକ କୁମାର ଦାସ ।