କଂଗ୍ରେସର ଆସିଲା ଶେଷ ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ?

ଭୁବନେଶ୍ୱର,୫/୦୫: କଂଗ୍ରେସର ଆସିଲା ଶେଷ ପ୍ରାର୍ଥୀ ତାଲିକା । ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେହିପରି ୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଯାଇଛି ଦଳ । ଜଳେଶ୍ୱରରେ ଦେବୀପ୍ରସନ୍ନ ଚାନ୍ଦଙ୍କ ବଦଳରେ ବରିଷ୍ଠ ନେତା ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ସେହିପରି ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ଦଳ ।ପୁରୀ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ବଦଳରେ ଉମାବଲ୍ଲଭ ରଥଙ୍କୁ ଦଳ ଟିକେଟ ଦେଇଛି ।  ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ ଦିଆଯାଇଛି । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆ, ଆଠଗଡ଼ରେ ମେହବୁବ ଅହମ୍ମଦ ଖାନଙ୍କ ବଦଳରେ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।